ସମୀକ୍ଷା ବ୍ୟୁରୋ
ଆଜି ଛାତ୍ର କଂଗ୍ରେସରୁ ପ୍ରାଥମିକ ସଭ୍ୟରୁ ନିଲମ୍ବିତ ହୋଇଛନ୍ତି ଇତିଶ ପ୍ରଧାନ। ଜାତୀୟ ଛାତ୍ର କଂଗ୍ରେସର ଓଡିଶା ପ୍ରଭାରୀ ମୋଥା ରୋହିତ ତାଙ୍କୁ ନିଲମ୍ବିତ କରିଛନ୍ତି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଏହି ନିଲମ୍ବନ କରାଯାଇଛି। ଇତିଶ କିଛି ଦିନ ତଳେ କଂଗ୍ରେସ ଭବନରେ ନିରଂଜନ ପଟ୍ଟନାୟକଙ୍କ ବିରୋଧରେ ବିବୃତି ଦେଇଥିଲେ। କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଡାକି ନିରଂଜନ ପଟ୍ଟନାୟକଙ୍କୁ ସଭାପତି ପଦରୁ ବହିସ୍କାର କରାଯାଉ ବୋଲି ଖୋଲିଖୋଲି କହିଥିଲେ। ସେତେବେଳେ ପିସିିିସି ସଭାପତି ନିରଂଜନ ପଟ୍ଟନାୟକ ନୂଆଦିଲ୍ଲୀରେ ଚାଲିଥିବା ଏଆଇସିସିର ବୈଠକରେ ଦଳକୁ କିପରି ସୁଦଢ କରାଯିବ ସେ ନେଇ ଆଲୋଚନା କରୁଥିଲେ। ସେହିସମୟରେ ଇତିଶ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରିବାକୁ ନେଇ ଦଳ ଭିତରେ ବିରୋଧ ହୋଇଥିଲା। ଜାତୀୟ ଛାତ୍ର କଂଗ୍ରେସ ଏ ଖବର ଜାଣିବା ପରେ ଇତିଶଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ କରିଛନ୍ତି।