ରାଷ୍ଟ୍ରପତି ଭବନ ସମ୍ମୁଖରେ ଡ୍ରୋନ୍ ଉଡାଇ ପିତା-ପୁତ୍ର ଗିରଫ ହୋଇଛନ୍ତି । ପର୍ଯ୍ୟଟକ ଭିସାରେ ଭାରତ ଆସିଥିବା ଏହି ପିତା ପୁତ୍ର ଦ୍ବୟଙ୍କୁ ଦିଲ୍ଲୀ ପୋଲିସ୍ ଗିରଫ କରିଛି । ଦୁଇ ଆମେରିକୀୟ ନାଗରିକଙ୍କ ନିକଟରୁ ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ଅଞ୍ଚଳର କିଛି ଫଟୋ ଏବଂ ଭିଡିଓ ଜବତ କରାଯାଇଛି । ଦୁଇ ନାଗରିକଙ୍କ ନାମ ପିଟର ଜେମ୍ସ ଲିନ୍ (65) ଏବଂ ଗୁଇଲାମଲେ ଲିଡବେଟର୍ ଲିନ୍ (30) । ଉଭୟ ସେପ୍ଟେମ୍ବର 14 ତାରିଖରେ ଭାରତକୁ ପ୍ରବେଶ କରିବା ସହିତ ସମାନ ତାରିଖରେ ରାଷ୍ଟ୍ରପତି ଭବନ ପରିସରର ଫଟୋ ଉତ୍ତୋଳନ କରିଛନ୍ତି । ଉଭୟ ଏକ ଅନ୍ଲାଇନ୍ ପୋର୍ଟାଲ ପାଇଁ କାର୍ଯ୍ୟ କରନ୍ତି ଏବଂ ପୋର୍ଟାଲ ନିମନ୍ତେ ଏହି ଭିଡିଓ ବନାଇଥିବା ସ୍ବୀକାର କରିଛନ୍ତି ।