ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ଜନସାଧାରଣ ସୁରକ୍ଷା ଆଇନ୍ (ପିଏସ୍ଏ) ବଳରେ ଅଟକ ରଖାଯାଇଛି । ଧାରା 370 ଉଚ୍ଛେଦ ପରଠାରୁ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ରଖାଯାଇଥିବା ବେଳେ ସୋମବାର ଦିନ ତାଙ୍କୁ ଅଟକ ରଖିବାର ନିଷ୍ପତ୍ତି ନିଆଯାଇଛି । ଏହି ଆଇନ ଫଳରେ ଦୁଇ ବର୍ଷ ପର୍ଯ୍ୟନ୍ତ କୋର୍ଟରେ ହାଜର ନ କରାଇ ଅବଦୁଲ୍ଳାଙ୍କୁ ଗୃହବନ୍ଦୀ ଭାବରେ ଅଟକ ରଖାଯାଇ ପାରିବ । ପ୍ରଥମ ଥର ପାଇଁ ଏହି ଆଇନ୍ ଫାରୁକ୍ଙ୍କ ପିତା ଶେଖ୍ ଅବଦୁଲ୍ଲାଙ୍କ ଶାସନ କାଳରେ ଲାଗୁ କରାଯାଇଥିଲା । ଏହି ଆଇନ ଅନୁଯାୟୀ ଅବଦୁଲ୍ଳା ନିଜର ବନ୍ଧୁ ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି ପାରିବେ ମାତ୍ର ଗଣମାଧ୍ୟମ କର୍ମୀଙ୍କୁ ଭେଟିବା ଉପରେ ରୋକ୍ ଲଗାଯାଇଛି ।