ବିଏସ୍ପି ସୁପ୍ରିମୋ ମାୟାବତୀଙ୍କୁ ଝଟ୍କା । ରାଜସ୍ଥାନର 6 ଜଣ ବିଏସ୍ପି ବିଧାୟକ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏହି ବିଧାୟକ ମାନେ କଂଗ୍ରେସରେ ଯୋଗ ଦେଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମ୍ପର୍କରେ ରହିଥିବା ଏହି 6 ବିଧାୟକ ସୋମବାର ବାଚସ୍ପତିଙ୍କୁ ଭେଟି କଂଗ୍ରସରେ ଯୋଗ ଦେବା ନେଇ ସୂଚନା ଦେଇଥିଲେ । ବିଏସ୍ପି ବିଧାୟକ ରାଜେନ୍ଦ୍ର ଗୁଡ୍ଡ, ଯୋଗେନ୍ଦ୍ର ସିଂ ଅଓ୍ବାନା, ଲଖନ୍ ସିଂ ମୀନା, ସନ୍ଦୀପ ଯାଦବ ଏବଂ ଦୀପଚାନ୍ଦ ଖେଇରା କଂଗ୍ରେସରେ ଯୋଗ ଦେବାର ନିଷ୍ପତ୍ତି ନେଇଛନ୍ତି । ରାଜ ସ୍ଥାନରେ କଂଗ୍ରେସ 100 ଆସନରେ ବିଜୟୀ ହୋଇଥିବା ବେଳେ ପୂର୍ବରୁ 12 ସ୍ବାଧୀନ ବିଧାୟକ ଦଳରେ ଯୋଗ ଦେଇଥିଲେ । ବର୍ତ୍ତମାନ 6 ବିଏସ୍ପି ବିଧାୟକଙ୍କ ଯୋଗଦାନ ପରେ ଦଳର ସମୁଦାୟ ବିଧାୟକ ସଂଖ୍ୟା 118ରେ ପହଞ୍ଚିଛି ।