ରାଜ୍ୟରେ 3 ଲକ୍ଷ 41 ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିଥିବା ଜଣାପଡିଛି । ମଙ୍ଗଳବାର ଦିନ କୃଷି ମନ୍ତ୍ରୀ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଏହି ସରକାରୀ ଯୋଜନାରେ ଅନେକ ସରକାରୀ ଚାକିରିଆ, ନାବାଳକ/ ନାବାଳିକା ଏବଂ ବୃହତ ଚାଷୀ ରହିଥିବା ଜଣାପଡିଛି । ଏହି ତାଲିକାରେ 20 ହଜାର ସରକାରୀ ଚାକିରିଆ ଏବଂ ପେନ୍ସନ୍ ଭୋଗୀ ରହିଥିବା ବେଳେ 12 ହଜାରରୁ ଅଧିକ ବୃହତ ଚାଷୀ ଏହି ସହାୟତା ରାଶି ମିଳିଥିବା ଜଣାପଡିଛି । ଏହା ସହିତ ଆଶ୍ଚର୍ଯ୍ୟଜନକ ଭାବରେ ଏହି ତାଲିକାରେ 9 ହଜାର ନାବାଳକ/ ନାବାଳିକା ସ୍ଥାନ ପାଇଛନ୍ତି । ତାଲିକାରେ ସ୍ଥାନ ପାଇଥିବା ସରକାରୀ ଚାକିରିଆ ଏବଂ ବୃହତ ଚାଷୀଙ୍କୁ ଅର୍ଥ ଫେରସ୍ତ ପାଇଁ ପ୍ରବର୍ତ୍ତାଯିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ସରକାରୀ ଚାକିରିଆ ଅର୍ଥ ପେରସ୍ତ ନକଲେ ଏହା ଦରମାରୁ କଟାଯିବ ବୋଲି କୃଷିମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।