ବୁର୍ଲାର ଭିସୁଟ୍ରେ ରାଗିଂ ଅଭିଯୋଗର ମାସେ ନ ପୁରୁଣୁ ରାଜ୍ୟର ଅନ୍ୟ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ରାଗିଂ ଅଭିଯୋଗ ଦେଖିବାକୁ ମିଳିଛି । ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ରେଭେନ୍ସାରେ ରାଗିଂ ଅଭିଯୋଗ ଆସିଛି । ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ ଦ୍ବିତୀୟ ଏବଂ ତୃତୀୟ ବର୍ଷର କିଛି ଛାତ୍ର ରାଗିଂ କରିଥିବାର ଅଭିଯୋଗ ହୋଇଛି । ଏ ନେଇ କୁଳସଚିବଙ୍କ ନିକଟରେ ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ଛାତ୍ରଙ୍କ ଅଭିଯୋଗ ପରେ ଆଜି ଆଣ୍ଟି ରାଗିଂ କମିଟିର ବୈଠକ ବସିବ ବୋଲି ଜଣାପଡିଛି ।