ବାଲେଶ୍ବରର ଚାନ୍ଦିପୁରରୁ ସ୍ବଳ୍ପ ଦୂରଗାମୀ ଆଣ୍ଟି ମିସାଇଲ କ୍ଷେପଣାସ୍ତ୍ର ବଂଶୀର ପରୀକ୍ଷଣ ସଫଳ ହୋଇଛି । ଭୂପୃଷ୍ଠରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରିପାରୁଥିବା ବଂଶୀ ଅନ୍ୟତମ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଅସ୍ତ୍ରକୁ ଲକ୍ଷ୍ୟ ଭେଦ କରିବାରେ ସଫଳ ହୋଇଥିଲା । କଲେଇକୁଣ୍ଡାରୁ ସୁଖୋଇ 30ରେ ଅସ୍ତ୍ରର ଉତ୍କ୍ଷେପଣ କରାଯାଇଥିବା ବେଳେ ଚାନ୍ଦିପୁରର ଟେଷ୍ଟ ରେଞ୍ଜ-3ରୁ ବଂଶୀର ଉତ୍କ୍ଷେପଣ କରାଯାଇଥିଲା । ଏହାପରେ ଆକାଶ ମାର୍ଗରେ ବଂଶୀ ଅସ୍ତ୍ରକୁ ଧ୍ବଂସ କରିବାରେ ସଫଳ ହୋଇଥିଲା ।