କେନ୍ଦ୍ର ସରକାରଙ୍କ ଏକ ରାଷ୍ଟ୍ର, ଏକ ଭାଷା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ । ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ରାଷ୍ଟ୍ର ଏକ ଭାଷା ନିଷ୍ପତ୍ତିକୁ ବିରୋଧ କରିବା ସହିତ ତାମିଲନାଡୁ ଅଥବା କୌଣସି ଦକ୍ଷିଣ ଭାରତୀୟ ରାଜ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିବେ ନାହିଁ । ଗୋଟିଏ ଭାଷା ଦେଶର ପ୍ରଗତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ମାତ୍ର ଭାରତର ସମସ୍ତ ରାଜ୍ୟର ବିବିଧତା ଭିନ୍ନ ଏବଂ ଭାଷା ଭିନ୍ନ । ଭାରତରେ 27ଟି ମୁଖ୍ୟ ଭାଷା ରହିଛି । ଏହା ସହିତ ବିଭିନ୍ନ ରାଜ୍ୟରେ ବିଭିନ୍ନ ଆଞ୍ଚଳିକ ଭାଷା ରହିଛି । ଅନ୍ୟ ରାଜ୍ୟ ମାନଙ୍କରେ ହୁଏତ ହିନ୍ଦି ଭାଷାକୁ ଗ୍ରହଣ କରିପାରନ୍ତି ମାତ୍ର ଦକ୍ଷିଣ ଭାରତୀୟ ରାଜ୍ୟ ମାନଙ୍କରେ ହିନ୍ଦି ଭାଷାକୁ ଗ୍ରହଣ କରିପାରିବେ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କମଲ ହାସାନ ମଧ୍ୟ ଏକ ରାଷ୍ଟ୍ର ଏକ ଭାଷା ବ୍ୟବସ୍ଥାକୁ ସମାଲୋଚନା କରିଥିଲେ ।