ଗିରଫ ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । ଚିଟ୍ଫଣ୍ଡ ଲିଙ୍କ ମାମଲାରେ ଆଜି ତାଙ୍କୁ ସିବିଆଇ ଗିରଫ କରିଛି । ଆଜି ଭୋରରୁ ସିବିଆଇର 4 ଜଣିଆ ଟିମ ତାଙ୍କ କଟକସ୍ଥିତ ବାସଭବନ ଉପରେ ଚଢାଉ କରିଥିଲେ। ପ୍ରାୟ 30 ମିନଟ ଧରି ସେମାନେ ଆଲୋଚନା କରିବା ପରେ ତାଙ୍କୁ ଗିରଫ କରିଥିଲେ। କୋର୍ଟର ଏନଡବ୍ଲୁ ବଳରେ ତାଙ୍କୁ ଗିରଫ କରାଯାଇଛି ବୋଲି ସିବିଆଇ ତରଫରୁ କୁହାଯାଇଛି। ଆଶିବାଦ ଓସିଏ ବା ଓଡିଶା କ୍ରିକେଟ ଆସୋସିଏସନର ସଂପାଦକ ଥିବା ବେଳେ ଓପିଏଲ ଆୟୋଜନ ପାଇଁ ଅର୍ଥତତ୍ବ କଂପାନୀରୁ କୋଟିଏ ଟଙ୍କା ନେଇଥିବାର ସିବିଆଇ ଜାଣିବାକୁ ପାଇଥିଲା। ଏନେଇ ଆର୍ଶିବାଦ ପୂର୍ବରୁ ସିବିଆଇରେ ହାଜର ହୋଇ ତାଙ୍କର ପକ୍ଷ ରଖିଥିଲେ। ଏହି ଲିଙ୍କରେ ସିବିଆଇ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରିଥିବାର ଜଣାପଡିଛି । ଏହି ମାମଲାରେ ଅନ୍ୟ 8ଟି କମ୍ପାନୀ ଓ 33ଜଣଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି ।