ସୁପର ୩୦ର ସଂସ୍ଥାପକ ଏବଂ ପ୍ରଖ୍ୟାତ ଗଣିତଜ୍ଞ ଆନନ୍ଦ କୁମାରଙ୍କୁ ଆମେରିକାରେ ଦେଶର ଗରୀବ ଛାତ୍ରଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରତିଷ୍ଠିତ ଶିକ୍ଷଣ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି। କାଲିଫର୍ଣ୍ଣିଆର ସୈନ ଜୋଶରେ ଥିବା ସଂସ୍ଥାର ୨୪ତମ ବର୍ଷପୂର୍ତ୍ତି ଅବସରରେ ଏକ ସମାରୋହରେ ଫାଉଣ୍ଡେଶନ ଫର ଏକ୍ସିଲେନ୍ସ ଦ୍ଵାରା ୪୬ ବର୍ଷୀୟ କୁମାରଙ୍କୁ ଏଜୁକେଶନ ଏକ୍ସିଲେନ୍ସ ଆୱାର୍ଡ ୨୦୧୯ ପ୍ରଦାନ କରାଯାଇଛି। ଆନନ୍ଦ ଗତ ୧୮ ବର୍ଷ ଧରି ଭାରତରେ ସୁପର ପ୍ରୋଗ୍ରାମ ଚଳାଉଛନ୍ତି। ଯେଉଁଥିରେ ବାର୍ଷିକ ୩୦ ଜଣ ସୁପର ଛାତ୍ରଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯାଏ। ଏହି ଛାତ୍ରମାନେ ଆଇଇଟି ଜେଇଇ ପାଇଁ ପ୍ରସ୍ତୁତ ହୁଅନ୍ତି।