ଆଜି ସୁନ୍ଦରଗଡ଼ ଜିଲ୍ଲା ରାଉଲକେଲା ଟାଉନ ଥାନା ପୋଲିସ ଦ ପିଏଲଏଫଆଇର ସଦସ୍ୟ ସୁଦାମା ଗିରଫ କରିଛି । ତା ଘର ଝାଡ଼ଖଣ୍ଡର ବଡ଼ାଇକେଲା ଅଂଚଳରେ । ସୁଦାମାଙ୍କ ନାଁରେ ଓଡ଼ିଶା ଓ ଝାଡ଼ଖଣ୍ଡରେ ହତ୍ୟା, ବ୍ୟାଙ୍କ ଡକାୟତି ଭଳି ୧୫ରୁ ଅଧିକ ମାମଲା ରହିଛି । ଝାଡ଼ଖଣ୍ଡର ଜଣେ ନେତାଙ୍କୁ ହତ୍ୟା କରିବା ସମେତ ସୁଦାମା ନାଁରେ ସେଠାରେ ୭ଟି ମାମଲା ରହିଛି । ସୁଦାମା ସିଂ ଝାଡ଼ଖଣ୍ଡର ବାନୋ ଅଂଚଳର ଏରିଆ କମାଣ୍ଡର ଥିଲା । ସୁଦାମା ଠାରୁ ଗୋଟିଏ ପିସ୍ତଲ ସହ କିଛି ଗୁଳି ଜବତ ହୋଇଥିବା ପୋଲିସ ସୂଚନା ଦେଇଛି ।