ଝାରଖଣ୍ଡ କଂଗ୍ରେସର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଡ. ଅଜୟ କୁମାର ଗୁରୁବାର ଆମ୍ଆଦ୍ମୀ ପାର୍ଟିରେ ଯୋଗଦେଇଛନ୍ତି । ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ପ୍ରଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ଅଜୟ କୁମାର ଆଜି ଆମ୍ଆଦମୀ ପାର୍ଟିର ସଦସ୍ୟତା ନେଇଛନ୍ତି । ଅଗଷ୍ଟ ମାସରେ ଅଜୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚଳିତ ଲୋକସଭା ନିର୍ବାଚନ ପରିମାଣ ପରେ ଝାରଖଣ୍ଡଠାରେ କଂଗ୍ରେସ ଦୁଇ ସମୂହରେ ବାଣ୍ଟି ହୋଇଯାଇଥିଲା । ପରେ ଏଥିରେ କନ୍ଦଳ ଦେଖାଦେବାରୁ ରାମେଶ୍ବରଙ୍କୁ ଝାରଖଣ୍ଡର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଚୟନ କରାଯାଇଛି । ଅଜୟ ପରେ କଂଗ୍ରେସରୁ ଇସ୍ତଫା ଦେଇ ଆପ୍ ଦଳରେ ଯୋଗଦେଇଛନ୍ତି ।