ଆଜି ଓସିଏ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ । ଆସନ୍ତା ୨୭ ତାରିଖର ଭୋଟ ଗ୍ରହଣ କରାଯିବ । ଏଥିପାଇଁ ନିର୍ବାଚନ ଅଧିକାରୀ ପହଞ୍ଚିଛନ୍ତି । ସଭାପତି, ଉପସଭାପତି, ସମ୍ପାଦକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ହେବ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ । ସମ୍ପାଦକ ପଦ ଦୌଡ଼ରେ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ରହିଛନ୍ତି । ତେବେ ଆଶୀର୍ବାଦ ବେହେରା ନିର୍ବାଚନରେ ଭୋଟ ଦେଇପାରିବେ । ତାଲିକା ତାଙ୍କ ନାଁ ଥିବାରୁ ସେ ଭୋଟଦେବାକୁ ଯୋଗ୍ୟ । ଗତକାଲି ତାଙ୍କୁ ଅର୍ଥ ତତ୍ତ୍ବ ଚିଟଫଣ୍ଡ ମାମଲାରେ ସିବିଆଇ ଗିରଫ କରିଛି ।