ଭୁବନେଶ୍ବର ବ୍ୟାଙ୍କକ ବିମାନ ଉଡାଣ ସାମୟିକ ଭାବେ ବନ୍ଦ ହୋଇଛି । ଉଡାଣ ବନ୍ଦ ନେଇ ବିଧିବଦ୍ଧ ଚିଠି କଲେ ଏୟାର ଏସିଆ କର୍ତ୍ତୃପକ୍ଷ । ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି କରି ଜଣାଇଲେ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକକୁ ଉଡ଼ୁଥିବା ବିମାନ କିଛିଦିନ ପାଇଁ ବନ୍ଦ ରହିବ । ଏହି ବିମାନ ସପ୍ତାହରେ ୩ଦିନ ଉଡ଼ିବା ସହ ୧୮୦ ଜଣ ଯାତ୍ରୀ ଯିବା ସୁବିଧା ଥିଲା । ବିମାନ ଉଡ଼ାଣ ସାମୟିକ ବନ୍ଦ ରହିବା ନେଇ ଏୟାର ଏସିଆ କର୍ତ୍ତୃପକ୍ଷ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ବିଧିବଦ୍ଧ ଭାବେ ଚିଠି ପଠାଇ ଜଣାଇଛନ୍ତି । କିନ୍ତୁ ପୁଣି କେବେ ଠାରୁ ଏହି ବିମାନ ଉଡ଼ାଣ ଭରିବ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ସମୟ ନିଦ୍ଧାରିତ ହୋଇନାହିଁ । ଏହି ବିମାନ ଉଡ଼ାଣ ଚଳିତ ମାସ ୨୫ରୁ ବନ୍ଦ ସମ୍ଭାବନା ରହିଛି ।