ଓଡ଼ିଆ ଭାଷାଭାଷୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ଗୁଗଲ୍ । ଏବେ ଗୁଗଲ୍ର ଲୋକପ୍ରିୟ ନ୍ୟୁଜ୍ ଫିଡ୍ ଆପ୍ଲିକେସନ୍ ‘ଗୁଗଲ୍ ଡିସ୍କଭର୍’ରେ ଓଡ଼ିଆ ଭାଷା ସ୍ଥାନ ପାଇବ । ଓଡ଼ିଆ ସହିତ ଉର୍ଦ୍ଦୁ ଏବଂ ପଞ୍ଜାବୀ ମଧ୍ୟ ଆପ୍ଲିକେସନ୍ରେ ସ୍ଥାନ ପାଇଛି । ପରେ ଅନ୍ୟ ଆପ୍ରେ ମଧ୍ୟ ଓଡ଼ିଆ ବିକଳ୍ପ ରହିବ । ପୂର୍ବରୁ ତାମିଲ, ତେଲଗୁ, ବଙ୍ଗଳା, ଗୁଜରାଟୀ, ମରାଠୀ, କନ୍ନଡ଼ ଏବଂ ମାଲାୟଲମ୍ ପୂର୍ବରୁ ଗୁଗଲ ଆପ୍ଲିକେସନ୍ରେ ସ୍ଥାନ ପାଇଥିଲା। ପ୍ରଥମ ଥର ପାଇଁ ଓଡ଼ିଆ ଭାଷାକୁ ଗୁଗୁଲ୍ ଆପ୍ରେ ସାମିଲ କରାଯାଇଛି । ଅନ୍ୟ ସବୁ ଆପ୍ଲିକେସନ୍ ମଧ୍ୟରେ ଗୁଗଲ୍ ଲେନ୍ସ ଏବଂ ଗୁଗଲ୍ ବୋଲୋ ଆଦି ଆପ୍ଲିକେସନ୍ ଆଦି ରହିଛି ।