କଟକ ବଜ୍ରକବାଟୀ ରୋଡ଼ରେ ଥିବା ବିଏସଏନଏଲ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ କଟକରେ ବିଏସଏନଏଲ ସେବା ଠପ୍ ହୋଇଯାଇଛି । କଟକ ବଜ୍ରକବାଟୀ ରୋଡ଼ର ବିଏସଏନଏଲ ଅଫିସର ଚତୁର୍ଥ ମହଲାରେ ଭୀଷଣ ଆକାରରେ ନିଆଁ ଲାଗିଛି । ନିଆଁ ଲିଭାଇବାକୁ ଏକାଧିକ ଅଗ୍ନିଶମ ଗାଡ଼ି ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି କରଛନ୍ତି । ଏହି ଅଗ୍ନିକାଣ୍ଡ କାରଣରୁ କଟକରେ ବିଏସଏନଏଲ ସେବା ଠପ୍ ହୋଇଯାଇଛି । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଫିସରେ ନିଆଁ ଲାଗିବା ପରେ ସମସ୍ତ କର୍ମଚାରୀ ବାହାରକୁ ବାହାରି ଯାଇଥିବା ସୂଚନା ମିଳିଛି । କିନ୍ତୁ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ଏଯାଏଁ ଜଣାପଡ଼ିନାହିଁ । ଅଗ୍ନିକାଣ୍ଡ ସମୟରେ ଅଫିସରେ ପ୍ରାୟ ୪୦ଜଣ କର୍ମଚାରୀ ଉପସ୍ଥିତ ଥିଲେ । ତେବେ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।