ଭେଟେରାନ୍ ଭାରତୀୟ କୁସ୍ତି ଯୋଦ୍ଧା ସୁଶୀଲ କୁମାର ବିଶ୍ବ କୁସ୍ତି ଚାମ୍ପିୟନ୍ସିପ୍ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । 74 କିଗ୍ରା ବର୍ଗରେ ଦୀର୍ଘ 8 ବର୍ଷ ବିଶ୍ବ ଚାମ୍ପିୟନ୍ସିପ୍କୁ ପ୍ରତ୍ୟାବର୍ତ୍ତନ କରୁଥିବା ସୁଶୀଲ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଆଜାରବୈଜାନ୍ର ଖାଦ୍ଝିମୁରାଦ୍ ଗଧିୟେଭ୍ଙ୍କ ନିକଟରୁ ପରାଜିତ ହୋଇଛନ୍ତି । ଏହି ମ୍ୟାଚ୍ରେ ସୁଶୀଲ 9-11 ପଏଣ୍ଟରେ ପରାଜିତ ହୋଇଛନ୍ତି । ସୁଶୀଲ ନିଜ ଅଭିଜ୍ଞତା ବଳରେ 9-4ରେ ଅଗ୍ରଣୀ ଥିଲେ ମାତ୍ର ଅନ୍ତିମ ମିନିଟରେ ଲଗାତାର 7 ପଏଣ୍ଟ ହରାଇ ପରାଜୟର ସମ୍ମୁଖୀନ ହୋଇଥିଲେ । ଦୁଇଥର ଅଲମ୍ପିକ୍ ପଦକ ବିଜୟୀ ହୋଇଥିବା ସୁଶୀଲ କୁମାର 2018ରେ ଏସିଆନ୍ ରେସ୍ଲିଂ ଚାମ୍ପିୟନ୍ସିପ୍ରେ ପରାଜିତ ହୋଇଥିଲେ ।