Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରଠାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜିର ଖବର

ବାଣପୁରଠାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

September 20, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆଜି ବାଣପୁରଠାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ନୂତନ ମୋଟର ଯାନ ଆଇନ୍‌ ପରେ ପରିବହନ ବିଭାଗ ଓ ପୋଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡ଼ି ମୋଟର ଯାଞ୍ଚ କଡ଼ାକଡି କରାଯାଇଥିବା ବେଳେ ଜରିମାନା ମଧ୍ୟ ଆଦାୟ  କରାଯାଉଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ଦେଖାଯିବା ସହିତ ଅନେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତ ଘଟୁଥିବାର ନଜରକୁ ଆସୁଛି । ତେବେ ଲୋକମାନଙ୍କୁ ନୂତନ ମୋଟର ଯାନ ଆଇନ୍‌ ସମ୍ପର୍କରେ ଧାରଣା ଦେବା ସହିତ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ୍‌ ପକ୍ଷରୁ ବାଣପୁରଠାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ପଟ୍ଟନାୟକ , ସବ୍ଇନ୍ସପେକ୍ଟର ଉମାକାନ୍ତ ସାହୁ ଓ ଚିଲିକା ରିପୋର୍ଟର ଆସୋସିଏସନର ସଭାପତି  ସୁନୀଲ କୁମାର ସୁବୁଦ୍ଧି , ସମ୍ପାଦକ ଅମିତାଭ ପଟ୍ଟୋଜୋଶୀ , ଉପ-ସଭାପତି ଲକ୍ଷ୍ମୀଧର ମହାପାତ୍ର, କାର୍ଯ୍ୟ।କାରୀ ସଦସ୍ୟ ଏସ୍.କେ ମୋଇନଉଲ ହକ୍, କୋଷାଧକ୍ଷ ଅରୁଣ କୁମାର ପ୍ରଧାନ, ଉତ୍ତମ କୁମାର ଓ ଅନ୍ୟାନ ରିପୋର୍ଟର ଓ ବାଣପୁର ପୋଲିସ୍ ଥାନାର ଅନ୍ୟ ଅଧିକାରୀଙ୍କ ମିଳିତ ଚେଷ୍ଟାରେ ବାଣପୁର ଦକ୍ଷପ୍ରଜାପତି ମନ୍ଦିର ପାଖରେ ଏହି ସଡକ ସୁରକ୍ଷା ସଚେତନତା  ଅନୁଷ୍ଠିତ ହୋଇଥିଲା ।

ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାର ଏସ୍.ପି ଶ୍ରୀଯୁକ୍ତ ଅଜୟ ପ୍ରତାପ ସ୍ଵାଇଁ ଓ ତାଙ୍କ ସହିତ ବାଲୁଗାଁ ଏସ୍.ଡି.ପି.ଓ ସୁନୀଲ କୁମାର ମହାନ୍ତି , ବାଣପୁର ତହସିଲଦାର ସୁଷମା ବାରିକ ,ବାଣପୁର ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନିହାଲ ଯୋଗ ଦେଇଥିଲେ ।  ଏହି କାର୍ଯ୍ୟକ୍ରମ ଜରିଆରେ  ନିୟମ ମାନି ଗାଡି ଚଳାଇବା,  ହେଲମେଟ ପିନ୍ଧିବା , ସିଟବେଲ୍ଟ ବାନ୍ଧିବା ଆଦି ବିଷୟରେ ବୁଝାଇବା ସହିତ  ସେମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ପ୍ରଦାନ କରିଥିଲେ। ଖୋର୍ଦ୍ଧା ଏସ୍.ପି ଅଜୟ ପ୍ରତାପ ସ୍ଵାଇଁ  ସଡକ ସୁରକ୍ଷା ସମ୍ପର୍କିରେ ଅଭିଭାଷଣ ପ୍ରଦାନ କରି  ଜନସାଧାରଣଙ୍କୁ ସଡକ ନିୟମ ମାନିବାକୁ ଅନୁରୋଧ କରିଥିଲେ।

 

 

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ: “ଅପରେସନ୍ ସାଇବର କବଚ”ର ଶୁଭାରମ୍ଭ

February 15, 2026

୨୦ତମ ତୋଷାଳି ସ୍ଵଦେଶୀ ମେଳାକୁ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

February 15, 2026

ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି? ତେବେ ମାନନ୍ତୁ ଏହି ନିୟମ

February 15, 2026

ଗଣମାଧ୍ୟମ ଦ୍ୱାରା ଆୟୋଜିତ ପ୍ରାଇଡ ଅଫ ଓଡ଼ିଶା ସମ୍ମାନରେ ଯୋଗଦେଲେ ରାଜ୍ୟପାଳ

February 15, 2026
Latest News

ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ: “ଅପରେସନ୍ ସାଇବର କବଚ”ର ଶୁଭାରମ୍ଭ

February 15, 2026

୨୦ତମ ତୋଷାଳି ସ୍ଵଦେଶୀ ମେଳାକୁ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

February 15, 2026

ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି? ତେବେ ମାନନ୍ତୁ ଏହି ନିୟମ

February 15, 2026

ଗଣମାଧ୍ୟମ ଦ୍ୱାରା ଆୟୋଜିତ ପ୍ରାଇଡ ଅଫ ଓଡ଼ିଶା ସମ୍ମାନରେ ଯୋଗଦେଲେ ରାଜ୍ୟପାଳ

February 15, 2026

ଆଜି ଫେବୃୟାରୀ ୧୫ ତାରିଖ ରବିବାର ଦିନ କ’ଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.