ବହୁ ଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ପୋଡ଼ି ହତ୍ୟା ମାମଲାର ଦୀର୍ଘ 20 ବର୍ଷ ପରେ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ସିବିଆଇ । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ବୁଦ୍ଧଦେବ ନାଏକ(45) । ସେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି । ବୁଦ୍ଧଦେବକୁ ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ନିଶ୍ଚିତପୁର ଗାଁସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଛି । 1999 ପରଠାରୁ ଫେରାର ଥିବା ବୁଦ୍ଧଦେବ ଗତକାଲି ବିଳମ୍ବିତ ରାତିରେ ଘରେ ଥିବା ସୂଚନା ପାଇ ସିବିଆଇ ତାକୁ ଗିରଫ କରିଥିଲା ।