ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଏ ଏ କ୍ୟୁରେଶୀଙ୍କୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିବା ପାଇଁ କଲେଜିୟମ୍ ପ୍ରସ୍ତାବ ଦେଇଛନ୍ତି । ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ କଲେଜିୟମ୍ଙ୍କୁ ଦୁଇ ଥର ଚିଠି ପଠାଯିବା ପରେ କଲେଜିୟମ୍ ଏହି ନିଷ୍ପତ୍ତି ନେଇଛନ୍ତି । କଲେଜିୟମ୍ର ମୁଖ୍ୟ ତଥା ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସେପ୍ଟେମ୍ବର 5 ତାରିଖରେ ଗୁଜୁରାଟ ହାଇକୋର୍ଟ ବରିଷ୍ଠ ବିଚାରପତି ଏ ଏ କ୍ୟୁରେଶୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଘୋଷଣା କରିଥିଲେ । ଅଗଷ୍ଟ 23 ଏବଂ 27 ତାରିଖରେ ଦୁଇଟି ଚିଠି ପଠାଯିବା ପରେ ଏହାର ବିଚାର କରି କଲେଜିୟମ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହିପରି ମାଡ୍ରାସ ହାଇକୋର୍ଟ ବିଚାରପତି ଭି କେ ତାହିଲାରମଣୀଙ୍କ ବଦଳି ନିଷ୍ପତ୍ତି ଉପରେ ନିଜର ମତ ରଖିଛନ୍ତି କଲେଜିୟମ୍ । ସମସ୍ତ ବିଚାରପତିଙ୍କ ବଦଳି ନିଷ୍ପତ୍ତି ବୈଧ କାରଣ ଅନୁ୍ସାରେ ନିଆଯାଇଥାଏ ଏବଂ ଆବଶ୍ୟକ ପଡିଲେ ଏହା ପ୍ରକାଶ କରାଯିବ ବୋଲି କଲେଜିୟମ୍ଙ୍କ ପକ୍ଷରୁ କୁହାଯାଇଛି ।