ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ନିକଟସ୍ଥ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ ପରିସରେ ଶ୍ରୀ ଶ୍ରୀ ଆର୍ୟୁବେଦ ଗବେଷଣା କଲେଜ ଓ ହସପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ଏହାର କ୍ୟାମ୍ପସ କାମ ଆଜିଠାରୁ ଆରମ୍ଭ କରାଯିବ। ଏହି କଲେଜ ମାଧ୍ୟମରେ ଛାତ୍ରଛାତ୍ରୀ ଆର୍ୟୁବେଦ ଉପରେ ଗବେଷଣା କରିବା ସହିତ ରୋଗୀମାନଙ୍କୁ ଚିକିତ୍ସା ମଧ୍ୟ କରାଯିବ। ପୂର୍ବର ଏହି ବିଶ୍ବବିଦ୍ୟାଳୟରେ ମ୍ୟାନେଜମେଣ୍ଟଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଭାଗରେ ପାଠାପଢା ଯାଉଛି। ବର୍ତ୍ତମାନ କେବଳ ଆର୍ୟୁବେଦ ଉପରେ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ନଜର ଦେବା ପାଇଁ ଏହି ପଦକ୍ଷେପ ନେଇଛି। ଏହି ଉତ୍ସବରେ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତ ତଥା ଆଧ୍ୟାତ୍ନିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କରଙ୍କ ସହିତ ବିଶ୍ବବିଦ୍ୟାଳୟର ଅଧିକାରୀମାନେ ଯୋଗଦେଇଥିଲେ।