ରାଜ୍ୟରେ ବ୍ରାଉନ୍ସୁଗାର ଜାଲରେ ଯୁବପିଢି ନଷ୍ଟ ହେଉଥିବା ବେଳେ ଆଜି ଖାକି ପୋଷାକରେ ମଧ୍ୟ ଦାଗ ଲାଗିଛି । ହାବିଲଦାର ରଞ୍ଜନ ସାହୁ ବ୍ରାଉନ ସୁଗାର ବିକ୍ରି ମାମଲାରେ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ପକ୍ଷରୁ ରଞ୍ଜନଙ୍କୁ ଗିରଫ କରାଯାଇଥିବା ନେଇ ଏସ୍ପି ରାହୁଲ୍ ପି ଆର୍ ସୂଚନା ଦେଇଛନ୍ତି । ଦୁଇ ଦିନ ପୂର୍ବରୁ କର୍ତ୍ତବ୍ୟରେ ଅବହେଳା କାରଣରୁ ରଞ୍ଜନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ଗିରଫ ପରେ ରାହୁଲଙ୍କୁ ବାଲେଶ୍ବର ଏସ୍ଡିଜିଏମ୍ଙ୍କ କୋର୍ଟରେ ହାଜର କରାଯିବା ପରେ ହାଜତକୁ ପଠାଇ ଦିଆଯାଇଛି ।