ବଲିଉଡ୍ ଅଭିନେତା ଅର୍ଜୁନ୍ କପୁର ତାମିଲ ଫିଲ୍ମ କୋମାଲିର ରିମେକ୍ରେ ନଜର ଆସିବାକୁ ଯାଉଛନ୍ତି । ପ୍ରଯୋଜକ ବୋନି କପୁର ଏହି ଫିଲ୍ମର ସ୍ବତ୍ତ୍ବ କିଣିଛନ୍ତି । ମୂଳ ତାମିଲ ଫିଲ୍ମରେ ଜୟମ ରବି ମୁଖ୍ୟ ଭୂମିକାରେ ନଜର ଆସିଥିଲେ । 16 ବର୍ଷ ପରେ କୋମାରୁ ଉଠିଥିବା ଜଣେ ଯୁବକର କାହାଣୀ ଉପରେ ଏହି ଫିଲ୍ମ ଆଧାରିତ । ଫିଲ୍ମଟି ଅଜିତ୍ଙ୍କ ନେରକୋଣ୍ଡା ପାରାବି ସହିତ ରିଲିଜ୍ ହୋଇଥିବା ବେଳେ 41 କୋଟିର ବ୍ୟବସାୟ କରିଥିଲା । ଜୟମ ରବିଙ୍କ ସହିତ କାଜଲ ଅଗ୍ରଓ୍ବାଲ ଏବଂ ଯୋଗୀ ବାବୁ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ବ୍ୟତୀତ ବୋନି କପୁର ମୈଦାନ ଏବଂ ବଧାଇ ହୋର ତେଲୁଗୁ ରିମେକ୍ରେ ପ୍ରଯୋଜନାରେ ବ୍ୟସ୍ତ ଅଛନ୍ତି ବୋନି କପୁର ।