ଆଜି ଅନ୍ତଜାର୍ତୀୟ ବେଳାଭୂମି ସଫେଇ ପାଳିତ ହୋଇଯାଇଛି । ଏହି ଅବସରରେ ପୁରୀରୁ ଅସ୍ତରଙ୍ଗ ମଧ୍ୟରେ ସମୁଦାୟ ୧୪୦ କିମି ବେଳାଭୂମିର ସଫେଇ କରାଯାଇଥିଲା। ସେହିପରି ଆଜି ଚିଲିକା କୂଳର ମଧ୍ୟ ସଫେଇ ଅଭିଯାନ ଆରମ୍ଭ ହୋଇଥିଲା। ଏହି ସଫେଇ କାର୍ଯ୍ୟରେ ଶତାଧିକ ସ୍ବେଚ୍ଛାସେବୀ ଏବଂ ସାଧାରଣ ଲୋକ ନିଜକୁ ନିୟୋଜିତ କରିଛନ୍ତି । ପ୍ରଶିକ୍ଷାର୍ଥୀମାନେ ୱେଲର ନୌକା ସାହାଯ୍ୟରେ କାଳିଜାଇ ଦ୍ୱୀପ ପର୍ଯ୍ୟନ୍ତ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଓ ଏନ୍ସିସି ପିଲାମାନେ ୧୦ କିମି ଦୂରରେ ଥିବା ଆଲପୁର ଠାରେ କୂଳ ସଫା କରିଥିଲେ। ଏହି ଅଭିଯାନରେ ଆଇଏନ୍ଏସ୍ ଚିଲିକାର ପ୍ରାୟ ୪୦୦ ଜଣ କର୍ମଚାରୀ ସକାଳ ୬ ଟାରୁ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ସମସ୍ତ ନୌସେନା କର୍ମୀ, ପ୍ରତିରକ୍ଷା ସୁରକ୍ଷା କର୍ମୀ, ଅର୍ଦ୍ଧସୈନିକ କର୍ମଚାରୀ ପ୍ରଶିକ୍ଷାର୍ଥୀ, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଏନ୍ଏସିସି ତଥା ଚିଲିକା ପରିବାର ସମସ୍ତ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ତଟ ସଫା ଅଭିଯାନ ପୂର୍ବରୁ ସମସ୍ତଙ୍କୁ ଅଭିନବ ପ୍ରଣାଳୀରେ ଘରର ବର୍ଜ୍ୟବସ୍ତୁ ପରିତ୍ୟାଗ ପାଇଁ ଅବଗତ କରାଯାଇଥିଲା। ଆଇଏନଏସ ଚିଲିକାର ଏହି ପଦକ୍ଷେପକୁ ସ୍ଥାନୀୟ ଅଧିବାସୀମାନେ ଉତ୍ସାହରେ ଗ୍ରହଣ କରିଥିଲେ ଏବଂ ଆଲପୁରର ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ହେବା ସଙ୍ଗେ ସଙ୍ଗେ ସେମାନଙ୍କର ଯୋଗଦାନ ମିଳିଥିଲା।