ଭୁବନେଶ୍ବରର କୁଆଖାଇ ବ୍ରିଜ୍ ତଳୁ ଏକ ଅଜଣା ଶବ ମିଳିଛି । ଶବଟି ଗଳିତ ଅବସ୍ଥାରେ ରହିଥିବା ବେଳେ ଯୁବକଙ୍କର ପରିଚୟ ମିଳିପାରି ନାହିଁ । ବାଲିଅନ୍ତା ଥାନା ଅନ୍ତର୍ଗତ ବାଙ୍କୁଆଳ ବ୍ରିଜ୍ ତଳୁ ଭୁବନେଶ୍ବର ଅଗ୍ନିଶମ ବିଭାଗ ଅଧିକାରୀ ଏହି ଶବଟିକୁଚ ଜବତ କରିଛନ୍ତି । ମୃତ ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କମିଶନରେଟ୍ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।