ବିଜେପୁର ନିର୍ବାଚନ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ମତାମତ ରଖିଛନ୍ତି । ଖୁବ୍ଶୀଘ୍ର ପ୍ରାର୍ଥୀ ଚୂଡ଼ାନ୍ତ କରି କେନ୍ଦ୍ରୀୟ କମିଟିର ମଞ୍ଜୁରି ପାଇଁ ପଠାଯିବ ବୋଲି ଶ୍ରୀ ପଣ୍ଡା ରବିବାର ସୂଚନା ଦେଇଛନ୍ତି । ଦଳ ପକ୍ଷରୁ ତିନି ଜଣ ପ୍ରାର୍ଥୀଙ୍କୁ ଚୟନ କରି କେନ୍ଦ୍ରୀୟ କମିଟି ନିକଟକୁ ପଠାଯିବ ଏବଂ କେନ୍ଦ୍ରୀୟ କମିଟିର ମଞ୍ଜୁରୀ ପରେ ପ୍ରାର୍ଥୀ ଚୟନ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ବିଜେପୁରକୁ ଉପେକ୍ଷା କରିଛନ୍ତି ତେଣୁ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ବିଜେପି ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି ପଣ୍ଡା ।