ଆଜି ବାଣପୁର ଏବିଭିପିର ଆୟାମ ଷ୍ଟୁଡେଣ୍ଟ ଫର ଡେଭଲପମେଣ୍ଟ(ଏସ.ଏଫ.ଡି) ଦ୍ୱାରା ସ୍ଥାନୀୟ ଶନି ମନ୍ଦିର ନିକଟରେ ଥିବା ଲଡୁକେଶ୍ୱର ଵୃଦ୍ଧାଶ୍ରମରେ ସ୍ବଛ ଭାରତ ଅଭିଯାନ କରାଯାଇଥିଲା ।ଏବିଭିପି ବାଣପୁର କଲେଜ ଯୁକ୍ତ ଦୁଇ କ୍ୟାମ୍ପସ ୟୁନିଟ ସଭାପତି ଅମରଜିତ ସିଂ ଓ ଯୁକ୍ତ ତିନି କ୍ୟାମ୍ପସ ୟୁନିଟ ସଭାପତି ବିଶ୍ୱଜିତ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ମାନେ ଵୃଦ୍ଧାଶ୍ରମର ପରିସର ଏବଂ ବଗିଚା ମଧ୍ୟ ସଫା କରିଥିଲେ । ସର୍ବଶେଷରେ ଅନ୍ତେବାସୀ ମାନଙ୍କ ଆଶୀର୍ବାଦ ନେଇଥିଲେ ଓ କିଛି ଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରିଥିଲେ । ଅକ୍ଟୋବର ଦୁଇରୁ ସ୍ବଚ୍ଛତା ସପ୍ତାହ ପାଳିତ ହେବାକୁ ଯାଇଥିବାରୁ ଏବିଭିପି ପକ୍ଷରୁ ବୃଦ୍ଧାଶ୍ରମରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଏବଂ ଖାଦ୍ୟ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ଏସ.ଏଫ.ଡି ଯୁଗ୍ମ ସଂଯୋଜକ ସୀତାରାମ ଅଗ୍ରୱାଲ ଯୋଗ ଦେବାସହ ପ୍ରତି ରବିବାର ଦିନ ପରିଷଦ ତରଫରୁ ଶ୍ରମଦାନ ଦିବସ ରୂପେ ପାଳନ କରାଯିବା ସହ ବିଭିନ ସାମାଜିକ କାର୍ଯ୍ୟ କରାଯିବ ବୋଲି ବିବୃତି ଦେଇଥିଲେ ।