ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି20 ସିରିଜ୍ ଅମୀମାଂସିତ ଭାବରେ ଶେଷ ହୋଇଛି । ରବିବାର ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 9 ଓ୍ବିକେଟ୍ରେ ବିଜୟୀ ହୋଇଛି । ଭାରତ 20 ଓଭରରେ 9 ଓ୍ବିକେଟ୍ ବିନିମୟରେ 134 ରନ୍ ସଂଗ୍ରହ କରିଥିବା ବେଳେ ଦକ୍ଷିଣ ଆଫ୍ରିକା 16.5 ଓଭରରେ ବିଜୟୀ ହୋଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ କ୍ବିଣ୍ଟନ ଡିକକ୍ ଅପରାଜିତ 79 ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୀଜା ହେଣ୍ଡ୍ରିକ୍ସ28 ରନ୍ କରିଥିବା ବେଳେ ତେମ୍ବା ବାଭୁମା ଅପରାଜିତ 27 ରନ୍ ସଂଗ୍ରହ କରିଥିଲେ । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ବେଳେ ଟପ୍ ଅର୍ଡର ଏବଂ ମଧ୍ୟ କ୍ରମ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଭାରତ ପକ୍ଷରୁ ଶିଖର ଧଓ୍ବନ୍ ସର୍ବାଧିକ 36 ରନ୍ ସଂଗ୍ରହ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା 39 ରନ୍ରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ବ୍ୟୋର୍ନ ଫର୍ଟୁଇନ୍ ଏବଂ ବ୍ୟୁରାନ୍ ହେଣ୍ଡ୍ରିକ୍ସ ଦୁଇଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ ।