ପୂର୍ବତନ ଭାରତୀୟ ଓପ୍ନର ମାଧବ ଆପ୍ତେଙ୍କ ପରଲୋକ ହୋଇଛି । ସୋମବାର ସକାଳୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ 86 ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । 1950 ମସିହାରେ ଭାରତୀୟ କ୍ରିକେଟ ଦଳର ଓପ୍ନର ରହିଥିବା ଆପ୍ତେ ଭାରତ ପକ୍ଷରୁ 7ଟି ଟେଷ୍ଟ ଖେଳିଛନ୍ତି । 7ଟି ଟେଷ୍ଟ ମ୍ୟାଚ୍ରୁ ଆପ୍ତେ 542 ରନ୍ ସଂଗ୍ରହ କରିଛନ୍ତି । ଏହା ବ୍ୟତିତ ଆପ୍ତେ 67ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ 3336 ରନ୍ ସଂଗ୍ରହ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ୟାରିୟରରେ ଆପ୍ତେ ମୁମ୍ବାଇ ପକ୍ଷରୁ 46ଟି ମ୍ୟାଚ୍ ଖେଳିଥିବା ବେଳେ ବେଙ୍ଗଲ ପକ୍ଷରୁ 3ଟି ମ୍ୟାଚ୍ ଖେଳିଛନ୍ତି । ପ୍ରଥମ ଶ୍ରେଣୀ କ୍ୟାରିୟରରେ ସେ 6ଟି ଶତକ ଏବଂ 16ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।