ଗଣିତଜ୍ଞ ଶକୁନ୍ତଳା ଦେବୀ ବାୟୋପିକ୍ର ଷ୍ଟାରକାଷ୍ଟରେ ଯୋଗ ଦେଇଛନ୍ତି ସାନ୍ୟା ମଲହୋତ୍ରା । ଏହି ଚଳଚିତ୍ରରେ ବିଦ୍ୟା ବାଲାନ୍ ଶକୁନ୍ତଳା ଦେବୀ ଚରିତ୍ରରେ ନଜର ଆସିବାକୁ ଯାଉଥିବା ବେଳେ ଶକୁନ୍ତଳା ଦେବୀଙ୍କ ଝିଅ ଅନୁପମା ବାନାର୍ଜୀଙ୍କ ଚରିତ୍ରରେ ନଜର ଆସିବେ ସାନ୍ୟା ମଲହୋତ୍ରା । ଏକ ସପ୍ତାହ ପୂର୍ବରୁ ବିଦ୍ୟା ବାଲାନ୍ ଏହି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ କରିଥିବା ବେଳେ ଏହି ଫିଲ୍ମରେ କାମ କରିବା ନେଇ ସାନ୍ୟା ମଲହୋତ୍ରା ଘୋଷଣା କରିଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ ବିଦ୍ୟା ବାଲାନଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ଏହି ବଧାଇ ହୋ ଅଭିନେତ୍ରୀ । ଅନୁ ମେନନ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ 2020ରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି ।