ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗାଁରେ ହୋଇଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ମଦ୍ୟପାନକୁ ନେଇ ଝଗଡା ପରେ ଗାଁରେ ଚାରି ଜଣ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହଣାଯାଇଛି । ଏଥିରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଭାଇ ଆହତ ହୋଇଛନ୍ତି । ମୃତକମାନେ ହେଲେ ଶକ୍ତିଭୂଷଣ କୁମୁରା ଓ ଅରବିନ୍ଦ କୁମୁରା । ଆହତମାନେ ହେଲେ ବିଭୂତି ଭୂଷଣ କୁମରା ଓ ସମ୍ପର୍କୀୟ ଭାଇ ନନ୍ଦଲାଲ ଭୁଏ। ସେମାନଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପାରିବାରିକ କହଳ ଓ କମେଣ୍ଟ ମରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଏସ୍ପି କନୱର ବିଶାଲ ସିଂହ କହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିଛି । ଏହା ସହିତ ଅନ୍ୟମାନଙ୍କୁ ଧରିବାକୁ ଚଢ଼ାଉ କରାଯାଉଛି । ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଘଟଣାର ତଦନ୍ତ ପାଇଁ 4ଟି ଟିମ୍ ଗଠନ କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି ।