ରାଜ୍ୟରେ ସାପ କାମୁଡାର ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ସାପ କାମୁଡାରେ ରାଜ୍ୟରେ 6 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆଜି ସକାଳୁ ଆହୁରି ଦୁଇ ଜଣଙ୍କର ପ୍ରାଣହାନି ଘଟିଛି । ଦୁଇ ମୃତକଙ୍କୁ ରାଜଲକ୍ଷ୍ମୀ ମଲ୍ଲିକ ଓ ପୁଅ ଆଦିତ୍ୟ ବୋଲି ଚିହ୍ନଟ କରାଯାଇଛି । କନ୍ଧମାଳ ଜିଲ୍ଲା କଞ୍ଜାମେଣ୍ଡି ପଞ୍ଚାୟତ ଟପାର ଗାଁର ମା’ ରାଜଲକ୍ଷ୍ମୀ ଓ 8 ବର୍ଷର ପୁଅ ଆଦିତ୍ୟ ଶୋଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିଲା । ସେମାନଙ୍କୁ ପ୍ରଥମେ ନୂଆଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରଥମେ ପୁଅର ମୃତ୍ୟୁ ହୋଇଥିଲା । ଏହା ପରେ ମା’ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଫୁଲବାଣୀ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା ମାତ୍ର ସେଠାରେ ସେ ପ୍ରାଣ ହରାଇଥିଲେ ।