ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଆସନ୍ତା ଅକ୍ଟୋବର ୨୧ ତାରିଖରେ ଏହି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସବୁ ଦଳ ସଜବାଜ ହେଲେଣି । ବିଜେପୁର ଆସନ ପାଇଁ ପ୍ରଭାସ ସିଂ ଆଶାୟୀ ରହିଥିବା ଜଣାଇଛନ୍ତି । ଏନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କୁ ଅବଗତ କରିଥିବାର କହିଛନ୍ତି ପ୍ରଭାସ ସିଂ । ଦଳ ପାଇଁ କାମ କରୁଛନ୍ତି ଓ ଟିକେଟ ଆଶାୟୀ ହେବା ସ୍ବାଭାବିକ ବୋଲି କହିବା ସହିତ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ର ସାଂସଦ ରହିଥିଲେ ପ୍ରଭାସ ସିଂ ।