ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ ନିର୍ବାଚନ । ବିଜେପୁର ଆସନ ହାତେଇବା ପାଇଁ କସରତ ଆରମ୍ଭ କରିଛନ୍ତି। ଆଜି ବିଜେପୁର ପାଇଁ ନବୀନ ନିବାସରେ ଚାଲିଛି ମାନସମନ୍ଥନ । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେପୁର ରଣନୀତି ସମ୍ପର୍କରେ ଆଲୋଚନା ଚାଲିଛି । ବୈଠକରେ ବିଜେପୁର ପ୍ରାର୍ଥୀ ଘୋଷଣା ନେଇ ମଧ୍ୟ ଆଲୋଚନା କରାଯାଉଛି । ଏହି ବୈଠକରେ ସମନ୍ୱୟ କମିଟି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ଅରୁଣ ସାହୁ ଓ ପ୍ରଣବ ଦାସ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ରହିଥିଲେ । ବୈଠକ ଶେଷରେ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ବିଜେଡ଼ି ତରଫରୁ ପ୍ରାର୍ଥୀ ୩୦ ତାରିଖରେ ନାମାଙ୍କନ ଦାଖଲ କରିବେ । ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଅକ୍ଟୋବର ୨୧ ତାରିଖରେ ମତଦାନ ହେବ । ଏଥିପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୨୪ ତାରିଖରେ ଭୋଟ ଗଣତି ହେବ ।