ଆସନ୍ତା ୩ ମାସ ଯାଏ ରାଜ୍ୟରେ ଯାନବାହନଗୁଡ଼ିକର ପ୍ରଦୂଷଣ ଓ ବୀମା ଯାଞ୍ଚ ହେବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଏପରି ପଦକ୍ଷେପ ନିଆଯାଇଥିବା ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦୋହରାଇଛନ୍ତି। ଅକ୍ଟୋବର ପହିଲାରୁ ଅନଲାଇନ୍ରେ ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଆବେଦନ କରିହେବ। ନୂଆ ମୋଟରଯାନ ଆଇନକୁ ନେଇ ସାଧାରଣରେ ଅସନ୍ତୋଷ ହେବା ପରେ ଏହାକୁ ୩ ମାସ କୋହଳ କରିଦିଆହୋଇଛି ।