ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଟାର୍ଗେଟ୍ରେ ଭାରତର ୩ ଶକ୍ତିଶାଳୀ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜୈଶ୍ରେ ହିଟ୍ ଲିଷ୍ଟରେ ଥିବା ଜଣାପଡ଼ିଛି। ବ୍ୟୁରୋ ଅଫ୍ ସିଭିଲ ଆଭିଏସନ୍ ସିକ୍ୟୁରିଟି ଗତ କିଛି ଦିନ ତଳେ ଏକ ଚିଠି ପାଇଛି ଯେଉଁଥିରେ ଲେଖାଅଛି ଏହି ଆତଙ୍କୀ ସଂଗଠନ ମୋଦି,ଶାହ ଏବଂ ଡୋଭାଲଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ପରେ ପ୍ରତିଶୋଧ ନେବା ପାଇଁ ସେମାନେ ଏହି ଷଡ଼ଯନ୍ତ୍ର କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି। ଏହି ସୂତ୍ରରୁ ଜଣାପଡ଼ିଛି ଜୈଶ ଭାରତର ୩୦ଟି ପ୍ରମୁଖ ସହରକୁ ମଧ୍ୟ ଆକ୍ରମଣ ତାଲିକାରେ ରଖିଛି। ଏଥିରେ ଜମ୍ମୁ, ପଠାନ୍କୋଟ୍, ଅମୃତସର, ଜୟପୁର, ଗାନ୍ଧିନଗର, କାନପୁର ଏବଂ ଲକ୍ଷ୍ନୌ ଆଦି ସହର ରହିଛି। ଏହି ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ରହିଥିଲା ଜୈଶ ୪ଟି ବିମାନବନ୍ଦର ଉପରେ ମଧ୍ୟ ଆକ୍ରମଣ କରିବ। ଏଥିପାଇଁ ହାଇ ଆଲର୍ଟ କରାଯାଇଛି ।