ବରଗଡର ଦୁର୍ଦ୍ଦାନ୍ତ ଅପରାଧୀ ତଥା ପୋଲିସ୍ର ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ରହିଥିବା ଅମିତ ଦାସକୁ ପୋଲିସ୍ ଗିରଫ କରିଛି । ବରଗଡର ସମରଧାରା ନିକଟରେ ପୋଲିସ ସହିତ ମୁହାଁମୁହିଁ ସମୟରେ ଅମିତକୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ୍ । ପୋଲିସ୍ ସହିତ ଏନ୍କାଉଣ୍ଟର ସମୟରେ ଅମିତ୍ ପୋଲିସ୍ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଖସି ଯିବାର ଉଦ୍ୟମ କରିଥିଲେ ମଧ୍ୟ ପୋଲିସ୍ ତାକୁ କାବୁ କରି ନେଇଛି । ବରଗଡ ଓ ବଲାଙ୍ଗୀର ଥାନାରେ ଅମିତ ନାମରେ ଏକାଧିକ ମାମଲା ରହିଥିବା କାରଣରୁ ସେ ପୋଲିସ୍ ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ରହିଥିଲା । ଅମିତ୍ ନିକଟରୁ ପୋଲିସ୍ ଏକ ବାଇକ୍ ଏବଂ ଗୋଟିଏ ବନ୍ଧୁକ ଜବତ କରିଛି ।