ଆସନ୍ତକାଲିଠାରୁ ଓମ୍ଫେଡ୍ କ୍ଷୀର ଦର ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଓମଫେଡ କ୍ଷୀର ଲିଟର ପିଛା 4 ଟଙ୍କା ବଢ଼ିବ । ତେଣୁ ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ ଲିଟର୍ ପ୍ରତି ଏଣିକି ଗ୍ରାହକଙ୍କୁ 44 ଟଙ୍କା ଦେବାକୁ ପଡ଼ିବ । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଥିଲେ । ରାଜ୍ୟର ଘରୋଇ ଦୁଗ୍ଧ କମ୍ପାନିଗୁଡ଼ିକ କ୍ଷୀର ଦର ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ଓମଫେଡ କ୍ଷୀର ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।