ସମୀକ୍ଷା ବ୍ୟୁରୋ
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଆଜି ୮୭ ବର୍ଷ ବୟସରେ ପାଦ ଦେଇଛନ୍ତି । ୟୁପିଏ ଶାସନ କାଳରେ ଦେଶର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଡ. ମନେମାହନ ସିଂ । ନିଜର ନୀରବତା ଗୁଣ ପାଇଁ ସଦାସର୍ବଦା ବିରୋଧୀଙ୍କ ଟାର୍ଗେଟ୍ରେ ରହୁଥିବା ମନମୋହନ ସିଂଙ୍କ ସରଳତା ବିରୋଧୀଙ୍କୁ ବିଚଳିତ କରିଥାଏ । ନିରବ ପ୍ରଧାନମନ୍ତ୍ରୀ ଭାବେ ଯେତେ ସମାଲୋଚିତ ହେଲେ ମଧ୍ୟ ଜଣେ ପ୍ରମୁଖ ତଥା ଅର୍ଥଶାସ୍ତ୍ର ଭାବରେ ମନମୋହନ ସିଂ ବେଶ୍ ଚର୍ଚ୍ଚିତ । ମନମୋହନ ସିଂ ବର୍ତ୍ତମାନ ରାଜସ୍ଥାନରୁ ରାଜ୍ୟସଭାର ସଦସ୍ୟ ରହିଛନ୍ତି ।
ରାଜନୀତିର ଜଟିଳ ତଥା କୂଟନୀତିଠାରୁ ଏକ ଅଲଗା ଛବି ରଖିଥିବା ବ୍ୟକ୍ତିତ୍ବ ହେଉଛନ୍ତି ମନମୋହନ ସିଂହ। କଂଗ୍ରେସର ଲୋକପ୍ରିୟ ତଥା ସମ୍ମାନିତ ବ୍ୟକ୍ତି ହେଉଛନ୍ତି ମନମୋହନ ସିଂହ । ଭାରତର ୧୪ତମ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ହେଉଛନ୍ତି ମନମୋହନ ସିଂ । ଜଣେ ସାଧାରଣ ଓ ସରଳ ବ୍ୟକ୍ତିତ୍ବ ରୂପେ ସର୍ବସାଧାରଣରେ ଉଭା ହୋଇଥିବା ମନମୋହନ ସିଂ ଜଣେ ପ୍ରଫେସର, ଅର୍ଥଶାସ୍ତ୍ରୀ ଓ ରାଜନେତା ରୂପେ ବେଶ୍ ପରିଚିତ । ନମ୍ରତା, କର୍ମଠତା ଓ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତା ହେଉଛି ତାଙ୍କର ପରିଚୟ । ସେ ୧୯୩୨ ସେପ୍ଟେମ୍ବର ୨୬ ତାରିଖରେ ପଂଜାବର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ମନମୋହନ । ପଞ୍ଜାବ ବିଶ୍ବବିଦ୍ୟାଳୟରୁ କେମ୍ପ୍ରିଜ୍ ବିଶ୍ବବିଦ୍ୟାଳୟ । ପୁଣି ଅର୍ଥଶାସ୍ତ୍ର ସମ୍ମାନରେ ଡିଗ୍ରୀ ଅଧିକାର କରିବା ପରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଡି.ଫିଲ୍ ମଧ୍ୟ କରିଛନ୍ତି । କିଛି ବର୍ଷ ଶିକ୍ଷକତା କରିବା ସହ ୧୯୮୭ରୁ ୧୯୮୦ ମଧ୍ୟରେ ଜେନଭା ଦକ୍ଷିଣ ଆୟୋଗଙ୍କ ମହାସଚିବ ରୂପେ ମଧ୍ୟ କାର୍ଯ୍ୟ କରିଛନ୍ତି । ୧୯୭୧ରେ ବାଣିଜ୍ୟ ମନ୍ତ୍ରାଳୟର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବା ସହ ନିଜ ଜୀବନକାଳ ମଧ୍ୟରେ ଅର୍ଥ ମନ୍ତ୍ରାଳୟର ସଚିବ, ଯୋଜନା ଆୟୋଗର ଉପାଧ୍ୟକ୍ଷ, ଆରବିଆଇର ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ମନମୋହନ ସିଂ ।
ନବେ ଦଶକରେ ଦେଶରେ ଆର୍ଥିକ ସୁଧାର ଆଣିବାରେ ସୂତ୍ରଧରର ଭୂମିକା ନିଭାଇଥିଲେ ଡ. ମନମୋହନ ସିଂ । ୧୯୯୧ରୁ ୧୯୯୬ ମସିହାରେ ଭାରତରେ ଆର୍ଥିକ ସୁଧାର ଆଣିବା ଦିଗରେ ବେଶ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି ମନମୋହନ ସିଂ । ନରସ୍ମିହା ରାଓ ସରକାରଙ୍କ ସମୟରେ ଅର୍ଥମନ୍ତ୍ରୀ ରୂପେ ବଜେଟ୍ ଉପସ୍ଥାପନ କରି ଦେଶରେ ଏ ନୂତନ ଆର୍ଥିକ ଦିଗ ଆଣିଥିଲେ ମନମୋହନ ସିଂ । ଦେଶରେ ଆର୍ଥିକ କ୍ରାନ୍ତି ତଥା ଜଗତୀକରଣର ଆରମ୍ଭ ମନମୋହନ ସିଂ ହିଁ କରିଥିଲେ । ସେହିପରି ଦେଶର ୧୪ତମ ପ୍ରଧାନମନ୍ତ୍ରୀତ୍ବ ସମୟରେ ମନରେଗା ଯୋଜନାର ଆରମ୍ଭ କରିବାର ନିଷ୍ପତ୍ତି ନେଇଥିଲେ । ସେହିପରି୨୦୦୬ ମସିହାରେ ଜୁଲାଇ ୧୮ ତାରିଖରେ ଆମେରିକା ଓ ଭାରତ ମଧ୍ୟରେ ପରମାଣୁ ଚୁକ୍ତି କରିବାରେ ମନମୋହନଙ୍କ ଭୂମିକା ଅନନ୍ୟ । ଲୋକସଭା ନିର୍ବାଚନ ଜିତିନଥିବା ମନମୋହନ ଦେଶର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଆଜି ୮୭ ତମ ଜନ୍ମଦିବସ ଅବସରରେ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ଜନ୍ମଦିନର ଅଶେଷ ଶୁଭେଚ୍ଛା । ସମ୍ପ୍ରତି ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାରେ ସରକାର ମନମୋହନଙ୍କ ଉପଦେଶ ନିତାନ୍ତ କାମ୍ୟ ହୋଇପଡିଛି । ଏନଡିଏ ସରକାର ଦଳ ମତ ନିର୍ବିଶେଷରେ ଦେଶର ଆର୍ଥିକ ସୁଧାର ଆଣିବା ଦିଗରେ ମନମୋହନଙ୍କ ଉପଦେଶକୁ ଗ୍ରହଣ କରିବା ଏବେ ଜରୁରୀ ହୋଇପଡିଛି ।