Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୮୭ ବର୍ଷ ବୟସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ : ୯୦ ଦଶକର ଆର୍ଥିକ ସୁଧାରର ସୂତ୍ରଧର
ବିଶେଷ ଖବର

୮୭ ବର୍ଷ ବୟସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ : ୯୦ ଦଶକର ଆର୍ଥିକ ସୁଧାରର ସୂତ୍ରଧର

September 26, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଆଜି ୮୭ ବର୍ଷ ବୟସରେ ପାଦ ଦେଇଛନ୍ତି । ୟୁପିଏ ଶାସନ କାଳରେ ଦେଶର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଡ. ମନେମାହନ ସିଂ । ନିଜର ନୀରବତା ଗୁଣ ପାଇଁ ସଦାସର୍ବଦା ବିରୋଧୀଙ୍କ ଟାର୍ଗେଟ୍‌ରେ ରହୁଥିବା ମନମୋହନ ସିଂଙ୍କ ସରଳତା ବିରୋଧୀଙ୍କୁ ବିଚଳିତ କରିଥାଏ । ନିରବ ପ୍ରଧାନମନ୍ତ୍ରୀ ଭାବେ ଯେତେ ସମାଲୋଚିତ ହେଲେ ମଧ୍ୟ ଜଣେ ପ୍ରମୁଖ ତଥା ଅର୍ଥଶାସ୍ତ୍ର ଭାବରେ ମନମୋହନ ସିଂ ବେଶ୍‌ ଚର୍ଚ୍ଚିତ । ମନମୋହନ ସିଂ ବର୍ତ୍ତମାନ ରାଜସ୍ଥାନରୁ ରାଜ୍ୟସଭାର ସଦସ୍ୟ ରହିଛନ୍ତି ।

ରାଜନୀତିର ଜଟିଳ ତଥା କୂଟନୀତିଠାରୁ ଏକ ଅଲଗା ଛବି ରଖିଥିବା ବ୍ୟକ୍ତିତ୍ବ ହେଉଛନ୍ତି ମନମୋହନ ସିଂହ। କଂଗ୍ରେସର ଲୋକପ୍ରିୟ ତଥା ସମ୍ମାନିତ ବ୍ୟକ୍ତି ହେଉଛନ୍ତି ମନମୋହନ ସିଂହ । ଭାରତର ୧୪ତମ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ହେଉଛନ୍ତି ମନମୋହନ ସିଂ  । ଜଣେ ସାଧାରଣ ଓ ସରଳ ବ୍ୟକ୍ତିତ୍ବ ରୂପେ ସର୍ବସାଧାରଣରେ ଉଭା ହୋଇଥିବା ମନମୋହନ ସିଂ ଜଣେ ପ୍ରଫେସର, ଅର୍ଥଶାସ୍ତ୍ରୀ ଓ ରାଜନେତା ରୂପେ ବେଶ୍‌ ପରିଚିତ ।  ନମ୍ରତା, କର୍ମଠତା ଓ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତା ହେଉଛି ତାଙ୍କର ପରିଚୟ । ସେ ୧୯୩୨ ସେପ୍ଟେମ୍ବର ୨୬ ତାରିଖରେ ପଂଜାବର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ମନମୋହନ । ପଞ୍ଜାବ ବିଶ୍ବବିଦ୍ୟାଳୟରୁ କେମ୍ପ୍ରିଜ୍‌ ବିଶ୍ବବିଦ୍ୟାଳୟ । ପୁଣି ଅର୍ଥଶାସ୍ତ୍ର ସମ୍ମାନରେ ଡିଗ୍ରୀ ଅଧିକାର କରିବା ପରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଡି.ଫିଲ୍‌ ମଧ୍ୟ କରିଛନ୍ତି । କିଛି ବର୍ଷ ଶିକ୍ଷକତା କରିବା ସହ ୧୯୮୭ରୁ ୧୯୮୦ ମଧ୍ୟରେ ଜେନଭା ଦକ୍ଷିଣ ଆୟୋଗଙ୍କ ମହାସଚିବ ରୂପେ ମଧ୍ୟ କାର୍ଯ୍ୟ କରିଛନ୍ତି । ୧୯୭୧ରେ ବାଣିଜ୍ୟ ମନ୍ତ୍ରାଳୟର ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରିବା ସହ ନିଜ ଜୀବନକାଳ ମଧ୍ୟରେ ଅର୍ଥ ମନ୍ତ୍ରାଳୟର ସଚିବ, ଯୋଜନା ଆୟୋଗର ଉପାଧ୍ୟକ୍ଷ, ଆରବିଆଇର ଅଧ୍ୟକ୍ଷ ଓ  ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ମନମୋହନ ସିଂ ।

ନବେ ଦଶକରେ ଦେଶରେ ଆର୍ଥିକ ସୁଧାର ଆଣିବାରେ ସୂତ୍ରଧରର ଭୂମିକା ନିଭାଇଥିଲେ ଡ. ମନମୋହନ ସିଂ । ୧୯୯୧ରୁ ୧୯୯୬ ମସିହାରେ ଭାରତରେ ଆର୍ଥିକ ସୁଧାର ଆଣିବା ଦିଗରେ ବେଶ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି ମନମୋହନ ସିଂ । ନରସ୍ମିହା ରାଓ ସରକାରଙ୍କ ସମୟରେ ଅର୍ଥମନ୍ତ୍ରୀ ରୂପେ ବଜେଟ୍‌ ଉପସ୍ଥାପନ କରି ଦେଶରେ ଏ ନୂତନ ଆର୍ଥିକ ଦିଗ ଆଣିଥିଲେ ମନମୋହନ ସିଂ । ଦେଶରେ ଆର୍ଥିକ କ୍ରାନ୍ତି ତଥା  ଜଗତୀକରଣର ଆରମ୍ଭ ମନମୋହନ ସିଂ ହିଁ କରିଥିଲେ । ସେହିପରି ଦେଶର ୧୪ତମ ପ୍ରଧାନମନ୍ତ୍ରୀତ୍ବ ସମୟରେ ମନରେଗା ଯୋଜନାର ଆରମ୍ଭ କରିବାର ନିଷ୍ପତ୍ତି ନେଇଥିଲେ । ସେହିପରି୨୦୦୬ ମସିହାରେ ଜୁଲାଇ ୧୮ ତାରିଖରେ ଆମେରିକା ଓ ଭାରତ ମଧ୍ୟରେ ପରମାଣୁ ଚୁକ୍ତି କରିବାରେ ମନମୋହନଙ୍କ ଭୂମିକା ଅନନ୍ୟ ।  ଲୋକସଭା ନିର୍ବାଚନ ଜିତିନଥିବା ମନମୋହନ ଦେଶର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।  ଆଜି  ୮୭ ତମ ଜନ୍ମଦିବସ ଅବସରରେ  ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ଜନ୍ମଦିନର ଅଶେଷ ଶୁଭେଚ୍ଛା । ସମ୍ପ୍ରତି ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାରେ ସରକାର ମନମୋହନଙ୍କ ଉପଦେଶ ନିତାନ୍ତ କାମ୍ୟ ହୋଇପଡିଛି । ଏନଡିଏ ସରକାର ଦଳ ମତ ନିର୍ବିଶେଷରେ ଦେଶର ଆର୍ଥିକ ସୁଧାର ଆଣିବା ଦିଗରେ ମନମୋହନଙ୍କ ଉପଦେଶକୁ ଗ୍ରହଣ କରିବା ଏବେ ଜରୁରୀ ହୋଇପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026

“ହର୍ମୁଜ୍ ବନ୍ଦ ଅଛି, ତୁରନ୍ତ ଫେରିଯାଅ,”: ଭାରତୀୟ ଜାହାଜକୁ ମଝି ରାସ୍ତାରୁ ଫେରାଇ ଦେଲେ ଇରାନୀ ସେନା

April 19, 2026
Latest News

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ବଢିଲା ଅଶୋଧିତ ତୈଳ ଦର

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.