Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହରିୟାଣା ବିଧାନସଭା ନିର୍ବାଚନ : ପୁଣି ଥରେ କାମ କରିବ କି ମୋଦି ମ୍ୟାଜିକ୍‌ ?
ବିଶେଷ ଖବର

ହରିୟାଣା ବିଧାନସଭା ନିର୍ବାଚନ : ପୁଣି ଥରେ କାମ କରିବ କି ମୋଦି ମ୍ୟାଜିକ୍‌ ?

September 26, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସରୋଜ ଜେନା

ଚାରିଦିନ ତଳେ ଭାରତୀୟ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟରେ ନିର୍ବାଚନ ଏବଂ ଉପ ନିର୍ବାଚନ ନେଇ ଘୋଷଣା କରିଥିଲେ । ଏହା ମଧ୍ୟରେ ହରିୟାଣା ମଧ୍ୟ ସାମିଲ ରହିଛି । ହରିୟାଣାରେ ଆସନ୍ତାକାଲି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ୨୧ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲହର ହରିୟାଣା ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା । ବିଜେପି ୯୦ ଆସନ ବିଶିଷ୍ଟ ହରିୟାଣାରୁ ଏକାକୀ ୪୭ ଆସନ ହାସଲ କରିବା ସହିତ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ବରେ ସରକାର ଗଠନ କରିଥିଲା । ମାତ୍ର ସେତେବେଳର ଅବସ୍ଥା ଏବଂ ବର୍ତ୍ତମାନର ପରସ୍ଥିତି ପରସ୍ପର ଠାରୁ ବହୁତ ଅଲଗା ରହିଛି । ସେ ସମୟରେ ମୋଦୀଙ୍କୁ ବିପୁଳ ସମର୍ଥନ ଉପରେ ବସି ବିଜେପି ହରିୟାଣାର ନିର୍ବାଚନୀ ଡଙ୍ଗା ପାର ହୋଇଯାଇଥିଲା । ମାତ୍ର ସମ୍ପ୍ରତି ଦେଶରେ ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥା ଓ ମୋଦିଙ୍କ ବିରୋଧାଭାସ ଦେଖିବାକୁ ମିଳୁଥିବା କାରଣରୁ ମୋଦି ମ୍ୟାଜିକ୍‌ ନିଷ୍ପ୍ରଭ ହୋଇପାରେ । ହରିୟାଣାରେ କେବଳ କଂଗ୍ରେସ ବ୍ୟତୀତ ଅନ୍ୟ କୌଣସି ଦଳ ଲଗାତାର ଭାବରେ ଦୁଇଥର ଶାସନ କ୍ଷମତା ହାସଲ କରିବାରେ ସକ୍ଷମ ହୋଇନାହିଁ । ହରିୟାଣାରେ କଂଗ୍ରେସ ୬ ଥର ଶାସନ କ୍ଷମତା ହାସଲ କରିଥିବା ବେଳେ ବିଜେପି ପ୍ରଥମ ଥର ପାଇଁ ୨୦୧୪ରେ କ୍ଷମତା ଡୋରୀ ଧରିଥିଲା ।

୨୦୧୪ରେ ହରିୟାଣାରେ ସମୁଦାୟ ୭୬.୫୪ ପ୍ରତିଶତର ମତଦାନ ହୋଇଥିବା ବେଳେ ବିଜେପିକୁ ୩୩.୨ପ୍ରତିଶତ ଭୋଟ ମିଳିଥିଲା ।୨୦୦୯ରେ ବିଜେପି ମାତ୍ର ଚାରିଟି ଆସନ ହାସଲ କରିଥିବା ବେଳେ ୨୦୧୪ରେ ଏହା ୪୭ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା । ରାଜ୍ୟରେ ଦ୍ବିତୀୟ ବୃହତମ ଦଳ ଭାବରେ ଆଇଏନ୍‌ଏଲ୍‌ଡି ୧୨ଟି ଆସନ ହରାଇ ୧୯ଆସନରେ ବିଜୟୀ ହୋଇଥିଲା । ଆଇଏଡ଼୍‌ଏଲ୍‌ଡିର ଭୋଟ ପ୍ରତିଶତ ୨୪.୧ ରହିଥିଲା । ୨୦୧୪ନିର୍ବାଚନରେ କଂଗ୍ରେସ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ୨୦୦୯ରେ ୪୦ଆସନ ହାସଲ କରିଥିବା କଂଗ୍ରେସ ୨୦୧୪ରେ ମାତ୍ର ୧୫ଟି ଆସନରେ ବିଜୟୀ ହୋଇଥିଲେ । କଂଗ୍ରେସର ଭୋଟ ପ୍ରତିଶତ ମାତ୍ର  ୨୦.୬ ପ୍ରତିଶତ ରହିଥିଲା । ଅନ୍ୟ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ହରିୟାଣା ଜନହିତ କଂଗ୍ରେସ(୨), ବହୁଜନ ସମାଜ ପାର୍ଟି (୧), ଶିରୋମଣୀ ଅକାଳୀ ଦଳ(୧) ମଧ୍ୟ ନିଜ ନିଜର ଆସନ ହରାଇଥିଲେ ।

ବିଧାନସଭା ନିର୍ବାଚନ ପୂର୍ବରୁ ଜନ ନାୟକ ଜନତା ପାର୍ଟି(ଜେଜେପି) ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମିଳିତ ଭାବେ ବିଧାନସଭା ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ସମୁଦାୟ ୯୦ ଆସନ ମଧ୍ୟରୁ ଜେଜେପି ୫୦ ଏବଂ ବିଏସ୍‌ପି ୪୦ ଆସନରେ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି ।

୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ବାଜିମାତ କରିଛି । ସମସ୍ତ ୧୦ ଲୋକସଭା ଆସନରେ ଦଳ ବିଜୟୀ ହୋଇଛି । ଏହାକୁ ଦୃଷ୍ଟିରେ ରଖିଲେ ବିଜେପି ପୁନର୍ବାର କ୍ଷମତା ଦଖଲ କରିପାରେ ମାତ୍ର ଏହି ସମୟରେ କଂଗ୍ରେସର ଭୋଟ ବ୍ୟାଙ୍କରେ ମଧ୍ୟ ୫.୫୨ ପ୍ରତିଶତ ଭୋଟ ବୃଦ୍ଧି ପାଇଛି । ୨୦୧୪ପରଠାରୁ ଦେଶର ରାଜନୀତିରେ ଅନେକ ପରିବର୍ତ୍ତନ ଘଟିଛି । କ୍ଷମତାରେ ଥାଇ ମଧ୍ୟ ବିଜେପି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ପରାଜିତ ହୋଇଛି । ଏହା ଉପରେ ଦେଶରେ ବର୍ତ୍ତମାନ ଜାରି ରହିଥିବା ମାନ୍ଦାବସ୍ଥା ଏବଂ ଘରୋଇ ଅଭିବୃଦ୍ଧି ହାରରେ ହ୍ରାସ ପାଇଁ ଚଳିତ ସରକାର ଅଡୁଆରେ ପଡିପାରନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025
Latest News

ରାଜ୍ୟରେ ୪ ହଜାର ୫୧୫ କୋଟିର ୧୮ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ

August 22, 2025

ପର୍ଯ୍ୟଟନ ବିଭାଗର ତିନୋଟି ବୁଝାମଣାପତ୍ର ସ୍ବାକ୍ଷରିତ

August 22, 2025

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶୁକ୍ରବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2025

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.