ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁଜିଲ୍ୟାଣ୍ଡ ଏବଂ ଏଷ୍ଟୋନିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ମିଳିତ ଜାତିସଂଘ ବୈଠକରେ ମୋଦି ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡ୍ରେନ୍ ଏବଂ ଏଷ୍ଟୋନିଆ ପ୍ରଧାନମନ୍ତ୍ରୀ କେର୍ଷ୍ଟି କାଲ୍ଜୁଲେଡ୍ଙ୍କୁ ଭେଟିଛନ୍ତି । ଏହି ବୈଠକ ସମୟରେ ଅର୍ଥନୀତି, ରାଜନୀତି, ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ବନ୍ଧରେ ଆଲୋଚନା ହୋଇଛି । ଅନ୍ତର୍ଜାତୀୟ ଆତଙ୍କବାଦକୁ ପ୍ରତିହତ କରିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । 2021-22ରେ ଭାରତର ଅସ୍ଥାୟୀ ସଦସ୍ୟ ପଦବୀକୁ ସମର୍ଥନ ପ୍ରଦାନ ନେଇ ଏହି ବୈଠକରେ ଉଭୟ ରାଷ୍ଟ୍ର ପକ୍ଷରୁ ସମ୍ମତି ପ୍ରଦାନ କରାଯିବାରୁ ମୋଦି ଉଭୟ ନେତାଙ୍କୁ ଧନ୍ୟବାଦ ଜଣାଇଥିଲେ ।