ସମୀକ୍ଷା ବ୍ୟୁରୋ
ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେବେ ତାଙ୍କର ପୂର୍ବ ନିର୍ଦ୍ଧାରିତ ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସେହି ଅନୁସାରେ ସେ ଆସନ୍ତାକାଲି ଭୁବନେଶ୍ବରର ରାଜଭବନରେ ନ ରହି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରି ଯାପନ କରିବେ। କାଲି ସନ୍ଧ୍ୟା ୭ଟା ୪୦ ମିନିଟରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚି ସେଠାରୁ ସିଧା ଗୋଳାବନ୍ଦ ଯିବେ। ପୂର୍ବରୁ ସେ ଭୁବନେଶ୍ବରର ରାଜଭବନରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ଥିଲା। ଶୁକ୍ରବାର ଦିନ ଆର୍ମି କଲେଜରେ ରହିବା ପରେ ଶନିବାର ସକାଳେ ସେ କଲର୍ସ ପ୍ରେଜେଣ୍ଟେସନ କାର୍ଯ୍ୟ କ୍ରମରେ ଯୋଗୋଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ସିଧା ଭୁବନେଶ୍ବର ବିମାନ ବନ୍ଦର ପହଁଚି ସେଠାରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଓଡିଶା ରାଜ୍ୟପାଳ ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗାଦେବାର କାର୍ଯ୍ୟକ୍ରମ ରହିଛି।