ରାଜ୍ୟରେ ପ୍ଲାଷ୍ଟିକ୍ ଅଣ୍ଡା, ପ୍ଲାଷ୍ଟିକ୍ ଚାଉଳ, ନକଲି କ୍ଷୀର ଓ ତେଲ ପରେ ବର୍ତ୍ତମାନ ପ୍ଲାଷ୍ଟିକ୍ ଅଟା ଘଟଣା ସାମ୍ନାକୁ ଆସିଛି । ଭଦ୍ରକରେ ଏହି ପ୍ଲାଷ୍ଟିକ୍ ଅଟା ଘଟଣା ଦେଖିବାକୁ ମିଳିଛି । ଭଦ୍ରକରେ ରାଣୀତାଲ ସରସତିଆ ଗାଁରେ ପ୍ଲାଷ୍ଟିକ ଅଟା ବିକ୍ରି ହେଉଥିବା ଘଟଣା ଦେଖାଦେଇଛି । ଜଣେ ବ୍ୟକ୍ତି ଘରେ ଅଟା ଦଳିବା ପରେ ଏହା ଚୁଇଁଗମ ପରି ହୋଇଯାଉଛି ଏବଂ ଏହା ଛିଣ୍ଡୁନଥିବା ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତିଙ୍କ ଘରେ ପ୍ଲାଷ୍ଟିକ ଅଟା ମିଳିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।