କୃଷ୍ଣସାର ମୃଗ ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇ ନାହାନ୍ତି ବଲିଉଡ୍ ସୁପରଷ୍ଟାର ସଲ୍ମାନ୍ ଖାନ୍ । ଶୁକ୍ରବାର ସଲ୍ମାନଙ୍କୁ କୋର୍ଟରେ ହାଜର ହେବା ପାଇଁ ଯୋଧପୁର କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ବ୍ୟକ୍ତିଗତ ହାଜିରା ନିମନ୍ତେ ଅନୁପସ୍ଥିତ ରହିବା ନେଇ ସଲ୍ମାନ୍ ଅନୁରୋଧ କରିବା ସହିତ କୋର୍ଟ ଯାଇନଥିଲେ । ନିଜର ଏକ ଫିଲ୍ମର ସୁଟିଂ କାରଣରୁ ସଲ୍ମାନ୍ କୋର୍ଟରେ ଅନୁପସ୍ଥିତ ରହିଥିବା ଜଣାପଡିଛି । ଏହା ସହିତ ସଲ୍ମାନ କୋର୍ଟକୁ ଦୁଇଟି ଅନୁରୋଧ କରିଛନ୍ତି । ପ୍ରଥମ ଅନୁରୋଧରେ ସଲ୍ମାନ ଏହି ମାମଲାରୁ ମୁକ୍ତ କରିବା ପାଇଁ ଅନୁରୋଧ କରିଥିବା ବ୍ୟକ୍ତିଗତ ହାଜିରାରୁ ଛାଡ ପାଇବା ପାଇଁ ଦ୍ବିତୀୟ ଅନୁରୋଧ କରିଛନ୍ତି ।