ଭାରତୀୟ ସେନାର ଏକ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା ଗସ୍ତ ହୋଇଛି । ଏହି ଚିତା ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହେବା ସହିତ ଦୁଇ ଜଣ ଯବାନଙ୍କ ପ୍ରାଣହାନି ଘଟିଛି । ଅରୁଣାଚଳ ପ୍ରଦେଶରୁ ଦିନ ଗୋଟାଏରେ ନିଖୋଜ ହୋଇଥିବା ଏହି ବିମାନଟି ଭୁଟାନର ୟୋନ୍ଫୁଲା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ବିମାନ ବାହିନୀ ଏହି ବିମାନର ଅବଶେଷ ଖୋଜିବାରେ ନ୍ୟସ୍ତ ରହିଛି ।