ଜୁନାଗଡ଼ ଗଣ ଦୁଷ୍କର୍ମ ମାମଲାରେ ଡ୍ରାଇଭର ଲଳିନ୍ଦ୍ରଙ୍କୁ ଗିରଫ କରାଯାଇଛି । ପୀଡ଼ିତାଙ୍କ ସାନି ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଡ୍ରାଇଭର ଲଳିନ୍ଦ୍ର ଶବର ମୁଖ୍ୟ ଖଳନାୟକ ବୋଲି କହିଥିଲେ ପୀଡ଼ିତା ଜଣକ। ଲଳିନ୍ଦ୍ରଙ୍କୁ ଛାଡ଼ି ଦେଲେ ପୀଡ଼ିତା ଜଣକ ଆତ୍ମହତ୍ୟା କରିବେ ବୋଲି କହିଥିଲେ । ଆଜି ଏନେଇ ପୀଡ଼ିତାଙ୍କ ସାନି ବୟାନ ନେଇଥିଲା ପୋଲିସ୍ । ସିଆରପିସି ଦଫା ୧୬୧ରେ ପୀଡ଼ିତାଙ୍କ ସାନି ବୟାନ ନେଇଥିଲା । ସାନି ବୟାନରେ ଲଳିନ୍ଦ୍ରଙ୍କ ନାଁ ନେଇଥିଲେ ପୀଡ଼ିତା ଛାତ୍ରୀ । ଲଳିନ୍ଦ୍ରଙ୍କୁ ନେଇ ବିଜେପି ବିଜେଡ଼ି ଉପରେ ଦୋଷାରୋପ କରିଥିଲା ।