ସମୀକ୍ଷା ବ୍ୟୁରୋ
ରାଜଧାନୀ ଉପକଣ୍ଠ ଜାମୁକୋଳି ଅଂଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । କିଛି ଦୁର୍ବୃତ୍ତ ଯୁବକଙ୍କୁ ଖଣ୍ଡାରେ ହାଣିଛନ୍ତି । ଜଟଣୀ ଥାନା ଅଧିନରେ ଥିବା ଜାମୁକୋଳି ନିକଟବର୍ତ୍ତୀ ପାଂଚଗାଁ ଗ୍ରାମରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି । ଏଥିରେ ଯୁବକଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ତାଙ୍କୁ ଆକ୍ରମଣ କରାଯାଇଥିବା କୁହାଯାଉଛି । ଜଟଣୀ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।