ପୋଲିସ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସ୍ଥାପନ କରିବା ଉଦ୍ଦେଶ୍ୟରେ ଏଣିକି ପ୍ରତି ରବିବାର ଥାନାରେ ବରିଷ୍ଠ ନାଗରିକ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ବୈଠକ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ପ୍ରତି ରବିବାର ଦିନ ଥାନା ଆଇଆଇସିଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଅପରାହ୍ନ ୪ରୁ ୫ଟା ଯାଏଁ ବରିଷ୍ଠ ନାଗରିକଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ଏଥିରେ ବରିଷ୍ଠ ନାଗରିକମାନେ ଯୋଗଦେବେ। ସେମାନେ ତାଙ୍କ ଅଂଚଳର ସମସ୍ୟା ଆଇଆଇସିଙ୍କୁ ଜଣାଇବେ । ’ସହାୟତା’ ଆପ୍ ଡାଉନ୍ଲୋଡ୍ କରିବାକୁ ଉପଦେଶ ଦିଆଯାଇଥିବାବେଳେ ଏହି ଆପ୍ ବ୍ୟବହାର କରିବା ଦ୍ୱାରା ବାରମ୍ବାର ଥାନାକୁ ଆସିବାକୁ ପଡିବ ନାହିଁ ଏବଂ ଏହାଦ୍ବାରା ଅଭିଯୋଗ ମଧ୍ୟ କରିହେବ । ଏତତ୍ ବ୍ୟତୀତ ଘରେ ସିସିଟିଭି ଲଗାଇବାକୁ ମଧ୍ୟ ବରିଷ୍ଠ ନାଗରିକଙ୍କୁ ନେଇ ହୋଇଥିବା ବୈଠକ ପରେ ପୋଲିସ କମିଶନର ସୂଚନା ଦେଇଛନ୍ତି ।