Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମନ୍‌ କୀ ବାତ୍‌ରେ ମୋଦି ତମାଖୁ ଓ ନିଶାଦ୍ରବ୍ୟ ବର୍ଜନ କରି ସୁସ୍ଥ ଭାରତ ନିର୍ମାଣ ପାଇଁ କଲେ ଆହ୍ବାନ
ଆଜିର ଖବର

ମନ୍‌ କୀ ବାତ୍‌ରେ ମୋଦି ତମାଖୁ ଓ ନିଶାଦ୍ରବ୍ୟ ବର୍ଜନ କରି ସୁସ୍ଥ ଭାରତ ନିର୍ମାଣ ପାଇଁ କଲେ ଆହ୍ବାନ

September 29, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
mannkibaat
mannkibaat

ବିଦେଶଗସ୍ତରୁ ଫେରିବା ପରେ ମୋଦିଙ୍କ ମନ୍‌ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଉଛନ୍ତି । ଲୋକପ୍ରିୟ ଗାୟିକା ଲତା ମଙ୍ଗେସକରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି ଏହା ସହିତ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନବରାତ୍ରୀର ଶୁଭକାମନା ଜଣେଇବା ସହ ଏହି ପର୍ବରେ ଗରିବ ଲୋକମାନଙ୍କୁ ସାମିଲ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆମକୁ ସବୁ ପର୍ବପର୍ବାଣୀରେ ଅନ୍ୟମାନଙ୍କ ଆବଶ୍ୟକତା ପୂରଣ ପାଇଁ ଚେଷ୍ଟା କରିବା ଆବଶ୍ୟକ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବାଳିକାମାନଙ୍କ ସମ୍ମାନାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଦେଶର କନ୍ୟା ସନ୍ତାନମାନଙ୍କୁ ପ୍ରଧାନମନ୍ତ୍ରୀ ଦେଶର ଲକ୍ଷ୍ମୀ ଭାବେ ସମ୍ବୋଧନ କରିଛନ୍ତି। ଭାରତର ଲକ୍ଷ୍ମୀ’ ଅଭିଯାନ ଚଳାଇ ଝିଅମାନଙ୍କୁ ସମ୍ବର୍ଦ୍ଧିତ କରାଯାଉ ବୋଲି କହିଛନ୍ତି ।

ଅରୁଣାଚଳପ୍ରଦେଶର ଜଣେ ଛାତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ପତ୍ର ପ୍ରସଙ୍ଗ ଉତଥାପନ କରି ମୋଦୀ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଚାପ ମୁକ୍ତ ପରୀକ୍ଷା ବିଷୟରେ ମତାମତ ଜଣାଇବାକୁ କହିଛନ୍ତି। ଏହା ସହିତ ‘ଏକ୍ସଜାମ୍‌ ଓ୍ବାରିୟର’ର ଦ୍ବିତୀୟ ସଂସ୍କରଣ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ମୋଦି । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ୟୁଏସ ଓପନ ପ୍ରତିଯୋଗିତାରେ ରୁଷ ଦେଶର ଖେଳାଳି ଦାନିଲଙ୍କ ସରଳତା ଏବଂ ଖେଳୁଆଡ଼ ମନୋବୃତ୍ତିର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦାନିଲଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ।

ଏହି ଅବସରରେ ମୋଦୀ ଦେଶରେ କିଛି ଦିନ ପୂର୍ବରୁ ବ୍ୟାନ କରାଯାଇଥିବା ଇ-ସିଗାରେଟର ଖରାପ ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି। ବିଶେଷ କରି ଦେଶର ଯୁବ ପିଢ଼ି ଉପରେ ଏହାର କୁପ୍ରଭାବ କିଭଳି କମ କରାଯାଇ ପାରିବ, ସେ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଇ-ସିଗାରେଟ ବ୍ୟାନ ହେବା ଫଳରେ ଯୁବ ପିଢ଼ି ଉଚିତ ମାର୍ଗକୁ ଆସିପାରିବେ। ଏହା ମାନସିକ ବିକାଶ ଦିଗରେ ଏକ ବଡ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ସେ କହିଛନ୍ତି। ତମାଖୁ ଓ ନିଶାଦ୍ରବ୍ୟ ବର୍ଜନ କରି ସୁସ୍ଥ ଭାରତର ନିର୍ମାଣ ପାଇଁ ଆହ୍ବାନ ଦେଇଛନ୍ତି ।   ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌ ବର୍ଜନ ପାଇଁ ମୋଦିଙ୍କ ଆହ୍ବାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ମରିଅମ ଥ୍ରେସିଆଙ୍କ ଉଲ୍ଲେଖନୀୟ କାର୍ଯ୍ୟର ଅବତାରଣା କରି କହିଛନ୍ତି ଯେ, ସେ ସମଗ୍ର ମାନବଜାତି ପାଇଁ ଏକ ଉଦାହରଣ ଅଟନ୍ତି। ତାଙ୍କର ମହାନ କାର୍ଯ୍ୟ ପାଇଁ ଭାଟିକାନ ସିଟି ଥ୍ରେସିଆଙ୍କୁ ସମ୍ମାନିତ କରିବାକୁ ଯାଉଥିବା ସେ କହିଛନ୍ତି। ଆଗାମୀ ଅକ୍ଟୋବର ୧୩ରେ ପୋପ ତାଙ୍କୁ ସନ୍ଥ ଘୋଷଣା କରିବେ ବୋଲି ମୋଦୀ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଅନଲାଇନ୍ ବେଟିଂ ଆପ୍ ମାମଲା: କ୍ରିକେଟର ଯୁବରାଜ ସିଂହଙ୍କୁ ଜେରା କରୁଛି ଇଡି

September 23, 2025

ଏସିଆ କପ୍-୨୦୨୫: ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବ ଫାଇନାଲ ମ୍ୟାଚ, ଜାଣନ୍ତୁ କିପରି

September 23, 2025

ଏହା କ’ଣ ହେଉଛି…?, ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗ ଉପରେ ଶରଦ ପାୱାରଙ୍କ ବଡ଼ ବୟାନ

September 23, 2025

ଭାରତୀୟଙ୍କ ଅବିଶ୍ୱସନୀୟ ପ୍ରତିଭା: ଦୁଇଟି ପ୍ରମୁଖ ଆମେରିକୀୟ କମ୍ପାନୀର ସିଇଓ ହେଲେ ‘ଶ୍ରୀନି’ ଏବଂ ରାହୁଲ

September 23, 2025
Latest News

ଅନଲାଇନ୍ ବେଟିଂ ଆପ୍ ମାମଲା: କ୍ରିକେଟର ଯୁବରାଜ ସିଂହଙ୍କୁ ଜେରା କରୁଛି ଇଡି

September 23, 2025

ଏସିଆ କପ୍-୨୦୨୫: ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବ ଫାଇନାଲ ମ୍ୟାଚ, ଜାଣନ୍ତୁ କିପରି

September 23, 2025

ଏହା କ’ଣ ହେଉଛି…?, ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗ ଉପରେ ଶରଦ ପାୱାରଙ୍କ ବଡ଼ ବୟାନ

September 23, 2025

ଭାରତୀୟଙ୍କ ଅବିଶ୍ୱସନୀୟ ପ୍ରତିଭା: ଦୁଇଟି ପ୍ରମୁଖ ଆମେରିକୀୟ କମ୍ପାନୀର ସିଇଓ ହେଲେ ‘ଶ୍ରୀନି’ ଏବଂ ରାହୁଲ

September 23, 2025

”ଉତ୍ତେଜିତ କଲେ କଡା ଜବାବ ମିଳିବ”: ପାକିସ୍ତାନକୁ ଟାର୍ଗେଟ କଲେ ଇରଫାନ ପଠାନ

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.